ସୋର: ପୁଣି ଘଟିଲା ଟ୍ରେନ ସମ୍ପର୍କିତ ଅଘଟଣ । ବଗି ଛାଡ଼ି ପଳାଇଲା ଟ୍ରେନ୍ । କୋଇଲା ବୋଝେଇ ଟ୍ରେନ୍ର ଇଞ୍ଜିନ୍ ୭ ବଗିକୁ ଛାଡ଼ି ପଳାଇଥିଲା ।
ସୂଚନା ଅନୁସାରେ, ଆଜି ଅପରାହ୍ଣରେ ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ ମାଲବାହୀ ଟ୍ରେନ୍ର ଇଞ୍ଜିନ୍ ୭ ବଗିକୁ ଛାଡ଼ି ପଳାଇଥିଲା । ଭଦ୍ରକରୁ ହାୱଡ଼ା ଯିବାବେଳେ ଏହି ଅଘଟଣ ଘଟିଛି । ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରେନ୍ ମାର୍କୋଣା ଷ୍ଟେସନ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିବାବେଳେ ସୋରରେ ବାଲେଶ୍ବର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଦୁଇଟି ବଗି ଛାଡ଼ିଯାଇଥିଲା। ଏନେଇ ରେଳବିଭାଗ କର୍ମଚାରୀ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଅଧ ଘଣ୍ଟା ପରେ ବଗି ସହ ଇଞ୍ଜିନ ସଂଯୋଗ କରିଥିଲେ । ପରେ ଦୁଇଟି ମାଲବାହୀ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ବିଭାଗୀୟ ଅଧିକାରୀମାନେ ଏହି ଘଟଣାର ଯାଞ୍ଚ କରିଥିଲେ ।