ଝାରସୁଗୁଡ଼ା: ପୁଣି ବାଘ ଆତଙ୍କ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଲଇକେରା ବାମରା ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍, ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ଲୋକେ। ଏନେଇ ବନ ବିଭାଗ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବାବେଳେ ବାଘକୁ ଖୋଜା ଖୋଜି ଆରମ୍ଭ କରିଛି ।
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବାଘ ଆତଙ୍କ ଘଟଣା ଦେଖିବାକୁ ମିଳିଥିବା ପାଦ ଚିହ୍ନ ହେଉଛି ମହାବଳ ବାଘର ବୋଲି କହିଛନ୍ତି ଝାରସୁଗୁଡା ଡ଼ିଏଫଓ । ଝାରସୁଗୁଡା ଜିଲ୍ଲାରେ ପ୍ରଥମ କରି ପ୍ରବେଶ କରିଛି ମହାବଳ ବାଘ । ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ୨୦ଟି ଟ୍ରାପ କ୍ୟାମେରା ଲଗାଯାଉଛି ଏବଂ ଗତିବିଧି ଉପରେ ନଜର ରଖାଯାଉଛି । ସ୍ଥାନୀୟ ଲୋକଙ୍କୁ ସକାଳେ ଏବଂ ସନ୍ଧ୍ୟାରେ ଏକୁଟିଆ ବାହାରିବାକୁ ମନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡ଼ିଏଫଓ ।