ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପକ୍ଷଣ୍ଡ ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ଜୋରଜବରଦସ୍ତି ସ୍ତ୍ରୀକୁ କୀଟ ନାଶକ ଔଷଧ ପିଆଇଲା ସ୍ୱାମୀ। ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ସ୍ୱାସଥ୍ୟବସ୍ଥା ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବୁର୍ଲା ମେଡ଼ିକାଲରେ ଚିକତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ ମହିଳାଙ୍କ ନାମ ସୁରେଖା ଭୋଇ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ବେଲପଡ଼ା ଥାନା ଭାଲୁଖାଇ ଗ୍ରାମର ଡୁଲେନ୍ଦ୍ର ସାହୁଙ୍କ ଝିଅ ସୁରେଖା ଭୋଇ ଖପ୍ରାଖୋଲ ଥାନା ଅନ୍ତର୍ଗତ ମୁହୁରୁଣ୍ଡି ଗ୍ରାମର ଲକ୍ଷ୍ମଣ ଭୋଇଙ୍କୁ ୧୬ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ତାଙ୍କ ୨ଟି ସନ୍ତାନ ଥିବା ବେଳେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ସହ ବାରମ୍ବାର ନିର୍ଯାତନା ଦେଇଆସୁଥିବା ସ୍ୱାମୀ। ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଅନେକ ଥର ଗ୍ରାମରେ ସଭା କରି ସମାଧାନ କରାଯାଇଥିଲା।
ହେଲେ ଗତ ୧୫ ତାରିଖରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା ପରେ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ କାଠ ଫଳିଆରେ ନିସ୍ତୁକ ମାଡ ମାରିବା ସହ ଜବରଦସ୍ତି କୀଟ ନାଶକ ଔଷଧ ପିଆଇଦେଇଥିବ ଝିଅର ପରିବାର ଲୋକେ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକେ ଝିଅକୁ ନ୍ୟାୟ ଦାବିରେ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହୋଇ ସ୍ବାମୀ ଲକ୍ଷ୍ମଣ ଭୋଇ ଓ ତାଙ୍କ ମାଆ ନାମରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ସ୍ବାମୀ ଲକ୍ଷ୍ମଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।