ଲକ୍ଷ୍ମୀପୁର: ଲଗାଣ ବର୍ଷା କାରଣରୁ କାକିରିଗୁମ୍ମାରେ ମାଟି ଅତଡ଼ା ଧସି ତଳମେଟିଂ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । -ବୋରିପୁଟ୍ ରାସ୍ତାରେ ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ ହେବା ଫଳରେ ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହି ଥିବାରୁ ଏପରି ଘଟଣା ଘଟିଥାଇ ପରେ ବୋଲି ଅନୁମାନ କରାଯାଉଛି । ରାସ୍ତା ବନ୍ଦ ଫଳରେ ଲୋକମାନେ ଗମନାଗମନ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଆଜି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ବିକ୍ଷିପ୍ତ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ମିଳିଛି । ଏହି ତିନି ଜିଲ୍ଲାକୁ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଆଜି ବର୍ଷା, ପବନ ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।