କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥ ଅଳାବାଙ୍କଠାରେ ଏକ ସଡକ ଦୁର୍ଘଟଣା ଘଟିଛି । ଟ୍ରଲର ମାଡି ଯିବାରୁ ଜଣେ ଆକ୍ଟିଭା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଯାଜପୁର ଜିଲ୍ଲା ଖଡ଼ଗପୁର ଅଂଚଳର ଆଶିଷ ପାତ୍ର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଆକ୍ଟିଭା ଚାଳକ ଚଣ୍ଡିଖୋଲ ପଟୁ ପାରାଦୀପ ଅଭିମୁଖେ ଯାଉଥିଲେ । ଏହି ସମୟରେ ପଛପଟୁ ଏକ ଟ୍ରଲର ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଦୁହୁରିଆ ନିକଟରେ ଲୋକେ ଟ୍ରଲରକୁ ଅଟକାଇଥିଲେ । ଏନେଇ ସଦର ଥାନା ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।