ସୁନ୍ଦରଗଡରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଗତ ଦୁଇଦିନ ହେବ ସୁନ୍ଦରଗଡର କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ, ଜଉରାମୁଣ୍ଡା, ପଂଚରା,ଏଲଗା,ପଂଗନିଆବାହାଲ ଏବଂ ଝରେନ ଗାଁରେ ଅନେକ ଲୋକ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି । ଏବଂ ୩୦ ରୁ ଉର୍ଦ୍ଧ୍ୱ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିବା ଜଣାପଡିଛି । ଏବଂ ଅନେକ ଲୋକ ଘରେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ତେବେ ଝାଡାବାନ୍ତିର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଅନ୍ୟପଟେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏନେଇ ଜଳଛତ୍ର ଖୋଳାଯାଇ ଓଆରଏସ ପାଣି ବଣ୍ଟନ କରାଯାଉଛି । ଏବଂ ବର୍ତମାନ ଝାଡାବାନ୍ତିର ପ୍ରକୋପ ନିୟନ୍ତ୍ରଣ ଥିବା ନେଇ ସ୍ୱାସ୍ଥ୍ୟ ଅଧିକାରୀ ଡ ଶ୍ରୀକାନ୍ତ ଟପ୍ପୋ ପ୍ରକାଶ କରିଛନ୍ତି ।