ଭୁୁବନେଶ୍ୱର: ସାମୁଦ୍ରିକ ଝଡ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। ରାତି ୧୨ଟା ୦୫ ମିନିଟରେ ବାତ୍ୟାର ଲ୍ୟାଣ୍ଡଫଳ ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟା ଦାନା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି । ଏହାର ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଜାରି ରହିବ । ଏହାରି ପ୍ରଭାବରେ ଭିରତକାନିକାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି । ସମୁଦ୍ରରେ ପ୍ରାୟ ୧ ମିଟର ଯାଏ ଜୁଆର ଉଠୁଛି । ଦୀଘାରେ ବର୍ଷା ସହ ପବନ ବହୁଛି ।
ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, 'ବାତ୍ୟାର ଫରୱାର୍ଡ ସେକ୍ଟର ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଛି । ସମ୍ପୂର୍ଣ୍ଣ ଅତିକ୍ରମ କରିବାକୁ ସକାଳ ହୋଇଯିବ । ଆଗାମୀ ତିନିରୁ ୪ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ । ' ତ୍ତର-ଉତ୍ତର ପଶ୍ଚିମରେ ବାତ୍ୟା ଗତି କରୁଛି । ବର୍ତ୍ତମାନ ବାତ୍ୟା ଧାମରାଠାରୁ ୪୦ କିଲୋମିଟର ଦୂରରେ ରହିଛି । ଶୁକ୍ରବାର ଭୋର ତିନିଟାରୁ ୪ଟା ମଧ୍ୟରେ ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।
ସ୍ଥଳଭାବ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ । ଏହାସହ ବର୍ଷା ପରିମାଣ ମଧ୍ୟ ବଢିବ । ବାତ୍ୟା ଅତିକ୍ରମ କରିବା ପରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି । ବାତ୍ୟା ପ୍ରଭାବରେ ଧାମର ଗଛ ଉପୁଡିବାର ଦୃଶ୍ୟ ସାମ୍ନାକୁ ଆସିଛି ।
କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ପବନ ମାତ୍ରା ବଢିବାରେ ଲାଗିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବାତ୍ୟା ଦାନାର ତାର ଭୟାବହ ରୂପ ଦେଖାଇବା ଆରମ୍ଭ କରିଛି । ସମୁଦ୍ରର ଉଚ୍ଚ ଉଚ୍ଚ ଲହଡ଼ି କୂଳରେ ପିଟି ହେଉଛି । ବାତ୍ୟା ପ୍ରଭାବରେ ଭିତରକନିକାରେ ମଧ୍ୟ ପ୍ରବଳ ବର୍ଷା ଏବଂ ପବନ ବହୁଛି ।