କେନ୍ଦୁଝର: କେନ୍ଦୁଝର ବୈତରଣୀ ନଦୀ ଉପରେ ନିର୍ମାଣଧୀନ ଥିବା କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭୁଶୁଡ଼ି ପଡ଼ିଛି । ଫଳରେ ଡ୍ୟାମରୁ ବନ୍ୟାଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ଆନନ୍ଦପୁର ଏବଂ ଆଖୁଆପଦା ପାଇଁ ବିପଦ ଘନେଇଛି ।
ଡିପ୍ଲିସନ୍ ସୁଇସ୍ ଗେଟ୍ ପାଇଁ ମାଟି ପକାଇ ନିର୍ମାଣ ହୋଇଥିଲା କପର୍ ଗେଟ୍ । ଲଗାଣ ବର୍ଷାରେ ଏହି ଡ୍ୟାମ୍ ଭାଙ୍ଗିଯାଇଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ଡ୍ୟାମ୍ ଭିତରକୁ ଯାଇ ଫଟୋ କିମ୍ବା ଭିଡ଼ିଓ ନ ଉଠାଇବାକୁ ସତର୍କ କରାଯାଉଛି ।