ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍ ଇନସ୍ପେକ୍ଟର ପରୀକ୍ଷା ଦୁର୍ନୀତି ମାମଲା ତଦନ୍ତରେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଏହା ଅନ୍ତଃରାଜ୍ୟ ମାମଲା ହୋଇଥିବାରୁ ସିବିଆଇ ଏହାକୁ ବହୁତ ଭଲଭାବରେ ତଦନ୍ତ କରିପାରିବ ବୋଲି କ୍ରାଇମ ବ୍ରାଞ୍ଚ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି । 
କ୍ରାଇମ ବ୍ରାଞ୍ଚ ଡିଜି କହିଛନ୍ତି ଯେ ଏହା ଏକ ଅନ୍ତଃରାଜ୍ୟ ମାମଲା ହୋଇଥିବାରୁ ସିବିଆଇ ଏହାକୁ ବହୁତ ଭଲଭାବରେ ତଦନ୍ତ କରିପାରିବ । କ୍ରାଇମ ବ୍ରାଞ୍ଚ ସମସ୍ତ ତଥ୍ୟ ଦେବ । ଏଥିରେ ବଡ଼ ନେଟୱାର୍କ ସାମିଲ ରହିଛି । ଏଥିରେ କୌଣସି ଅନୁମାନ କରାଯାଇ ତଥ୍ୟ ଦିଆଯାଇପାରିବ ନାହିଁ । ଯାହ ତଥ୍ୟ ପ୍ରମାଣ ରହିଛି ସେହି ଅନୁସାରେ ସୂଚନା ଦିଆଯାଉଛି ।  ଅନୁମାନ କରି ତଥ୍ୟ ଦେଲେ ମାମଲାରୁ ହାନି ପହଁଚାଇବ ।  
ଏସଆଇ ପରୀକ୍ଷାରେ ବିଜୟନଗରମ ଏବଂ ଦୀଘା ମଡ୍ୟୁଲକୁ କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଥିଲା । ଏଥିରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୯ ଜଣ ଦଲାଲ ଗିରଫ ହୋଇଛନ୍ତି । ତେବେ ସମସ୍ତ ୧୧୪ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାମିନ ମିଳିସାରିଛି । ଗତକାଲି ୯୪ ଜଣ ପରୀକ୍ଷାର୍ଥୀ ଜେଲରୁ ମୁକୁଳି ଥିବାବେଳେ ଆଜି ଆଉ ୨୦ ଜଣ ଜେଲରୁ ମୁକୁଳିବାର ସୂଚନା ରହିଛି । ତେବେ ୯ ଜଣ ଦଲାଲଙ୍କର ଜାମିନ ଆବେଦନ ଖାରଜ ହୋଇଛି ।