ଭୁବନେଶ୍ବର: ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ପଡ଼ିବା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟକୁ ବହୁଛି ଉତ୍ତରା ଶୁଷ୍କ ଥଣ୍ଡା ପବନ । ଯାହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ  ରାତ୍ରି ତାପମାତ୍ରା ୧ ରୁ ୨ ଡିଗ୍ରୀ କମିବ ।ଆଗାମୀ  ୨ ରୁ ୩ ଦିନ ମଧ୍ୟରେ ରାଜ୍ଯରେ  ୩ ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ର କମିବ । ଚଳିତବର୍ଷ ଶୀତ ବହୁ ବିଳମ୍ବରେ ଆସିଛି । 
ସେପଟେ ପାଣିପାଗ ବିଭାଗର ବିଭିନ୍ନ ମଡେଲ୍  ଅନୁଯାୟୀ  ଦୁଇ ଦିନ ମଧ୍ଯରେ ଉତ୍ତର ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଏକ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ସମୟରେ ଏହା ଏକ ଲଘୁଚାପର ରୂପ ନେବ କିନ୍ତୁ ଅଧିକ ଘନୀଭୂତ ହେବ କି ନାହିଁ ୨ ତାରିଖ ବେଳକୁ ଏନେଇ ସ୍ପଷ୍ଟ ଆକଳନ କରାଯାଇପାରିବ। ପ୍ରଭାବରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ଯ ବର୍ଷା ହୋଇପାରେ  ।
ଅନ୍ୟପଟେ ଶୁକ୍ରବାର ରାତିରୁ କନ୍ଧମାଳ ଜିଲା ବାଲିଗୁଡ଼ା ଏବଂ ଫୁଲବାଣୀ ସହିତ ଗଜପତି ଜିଲାର ଗଦାପୁର ଏବଂ ମୋହନାରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ଡିଗ୍ରୀ ତଳକୁ ଖସିପାରେ ବୋଲି ଆକଳନ କରାଯାଇଛି।