ଭୁବନେଶ୍ୱର : ରାସନ୍ ଉପଭୋକ୍ତାଙ୍କ ଇ-କେୱାଇସି କରିବାର ଆଜି ହେଉଛି ଶେଷ ତାରିଖ। ଅକ୍ଟୋବର ୩୧ ତାରିଖ ସୁଦ୍ଧା ଇ-କେୱାଇସି ଶେଷ କରିବାକୁ ରାଜ୍ୟ ସରକାରଙ୍କ  ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ବିଭାଗ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଥିଲା । ଏହା ନ କଲେ ନଭେମ୍ବରରୁ ରାସନ ସାମଗ୍ରୀ ମିଳିବ ନାହିଁ । ହେଲେ ଚଳିତ ମାସ ୨୯  ତାରିଖ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ  ୫୭ ହଜାର ୨୬୫ ଜଣ ଇ-କେୱାଇସି କରିନାହାଁନ୍ତି । 
ସୂଚନାଯୋଗ୍ୟ ଗତ ନଭେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ଯର ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ହିତାଧିକାରୀ ଇ-କେୱାଇସି କରିନଥିଲେ । ତେଣୁ  ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩,  ୧୦୬ ଜଣଙ୍କ ଇ-କେୱାଇସି ହୋଇଛି ।  ଯୋଗାଣ ବିଭାଗ ଦ୍ବାରା ହସ୍ତଗତ ହୋଇଥିବା ଚଳିତ ମାସ ୨୯ ତାରିଖ ସୁଦ୍ଧା ଗଞ୍ଜାମ  ଜିଲ୍ଲାରେ ୧ ଲକ୍ଷ ୫୮ ହଜାର ୨୨ ଜଣ  ଇ-କେୱାଇସି କରିନଥିବା ବେଳେ  କଟକରେ ୮୭,୬୧୨, ବଲାଙ୍ଗୀରରେ  ୭୫,୮୯୧, ମୟୁରଭଞ୍ଜରେ  ୭୭,୩୪୬, ବାଲେଶ୍ୱରରେ  ୭୪,୬୭୭, କଳାହାଣ୍ଡିରେ  ୭୬,୩୭୬, କେନ୍ଦ୍ରାପଡ଼ାରେ  ୭୨,୧୭୨, ପୁରୀରେ ୬୯,୭୪୬,  ବରଗଡ଼ରେ ୬୬,୭୯୬, ଯାଜପୁରରେ  ୬୭,୦୨୩, କେନ୍ଦୁଝରରେ ୬୬,୦୫୩,  ଢେଙ୍କାନାଳରେ ୫୨,୪୭୪, ଭଦ୍ରକରେ  ୫୨,୪୩୨, ଅନୁଗୁଳରେ ୩୭,୫୨୨,  ଖୋର୍ଦ୍ଧାରେ ୬୫,୩୪୯, କୋରାପୁଟରେ  ୫୩,୭୩୪, ନବରଙ୍ଗପୁରରେ  ୫୪,୪୩୫, ରାୟଗଡ଼ାରେ  ୩୮,୬୮୪, ସୁନ୍ଦରଗଡ଼ରେ  ୪୬,୫୫୧, ଜଗତସିଂହପୁରରେ  ୩୬,୬୪୪, ନୟାଗଡ଼ରେ ୩୫,୧୮୧,  ମାଲକାନଗିରିରେ ୨୮,୮୮୫,  ସମ୍ୱଲପୁରରେ ୨୬,୦୮୪,  କନ୍ଧମାଳରେ ୨୫,୪୨୫, ନୂଆପଡ଼ାରେ  ୨୬,୩୫୯, ସୋନପୁରରେ ୨୩,୬୧୭,  ଗଜପତିରେ ୨୩,୨୧୧, ଝାରସୁଗୁଡ଼ାରେ  ୧୫,୮୬୭ ଓ ବୌଦ୍ଧରେ ୧୪,୪୨୧ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ।