ବାତ୍ୟା ପରେ ଆସୁଛି ଆଉ ଏକ ଲଘୁଚାପ। ବର୍ଷାରେ ଭିଜିବ ସାରା ଓଡ଼ିଶା। ନଭେମ୍ବର ୧ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଏବେ ଥାଇଲାଣ୍ଡ ଉପସାଗରରେ ଘୁର୍ଣ୍ଣିବଳୟ ଭାବେ ରହିଛି। ଆଗକୁ ଏହା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପର ରୂପ ନେବା ସହ ପରବର୍ତ୍ତୀ ୨ରୁ ୩ ଦିନରେ ଏହା ପୂର୍ବ ବଙ୍ଗୋପସାଗରକୁ ଗତି କରିବାକୁ ଯାଉଛି। 
ଅନ୍ୟପଟେ କେନ୍ଦ୍ରେୀୟ ଛତିଶଗଡ଼ ଏବଂ ଆଖପାଖ ଅଞ୍ଚଳରେ ସୁଚିହ୍ନିତ ଲଘୁଚାପ କ୍ଷେତ୍ର ବା ମୋନ୍ଥାର ଅବଶିଷ୍ଟାଂଶ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଜି ସକାଳରେ ଝାଡ଼ଖଣ୍ଡ ଏବଂ ଏହାର ଆଖାପଖ ଅଞ୍ଚଳ ଉପରେ ପଡ଼ିଛି। ଏହା ବିହାରର ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।