ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦେଶ ତାଞ୍ଜାନିଆରେ ସଂପ୍ରତି ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଛି । ଦେଶର ପ୍ରମୁଖ ବିରୋଧୀ ଦଳ ଦାବି କରିଛି ଯେ, ସାଧାରଣ ନିର୍ବାଚନ ପରେ ଜାରି ବିକ୍ଷୋଭ ପ୍ରଦର୍ଶନରେ ଏ ପର୍ଯ୍ୟନ୍ତ ୭୦୦ ଜଣଙ୍କ ପ୍ରାଣହାନୀ ଘଟିଛି । ହିଂସାକୁ ଚପାଇବା ପାଇଁ ସରକାର ଇଣ୍ଟରନେଟ୍ ଉପରେ ସଂପୂର୍ଣ୍ଣ ଭାବେ କଟକଣା ଲଗାଇଛନ୍ତି । ମାତ୍ର ଏବେ ବି ରାସ୍ତାରେ ହଜାର ସଂଖ୍ୟକ ପ୍ରଦର୍ଶନକାରୀ ରହିଛନ୍ତି ।
ଋିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ସାମିୟା ସୁଲୁହୁ ହସନ ସାଧାରଣ ନିର୍ବାଚନରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜେଲରେ ଭର୍ତ୍ତି କରିଛନ୍ତି କିମ୍ବା ସେମାନଙ୍କୁ ନିର୍ବାଚନ ଲଢିବାକୁ ଅଟକାଉଛନ୍ତି । ଏହି କାରଣରୁ ମତଦାନ ମସୟରେ ଦେଶରେ ଅରାଜକତା ଦେଖିବାକୁ ମିଳିଛି । ଉତ୍ତେଜିତ ଲୋକ ଦାର ଏ ସଲାମ ଓ ଅନ୍ୟ ସହରର ସଡକକୁ ଓହ୍ଲାଇଛନ୍ତି । ଏହି କାରଣରୁ ସରକାର ଇଣ୍ଟରନେଟ୍ ବନ୍ଦ କରିବା ସହ କଫ୍ୟୁ ଲାଗୁ କରିଛନ୍ତି ।
ଏହା ପରେ ବି ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କୁ ବୁଧବାର ବିଜୟୀ ଘୋଷିତ କରାଯାଇଥିଲା । ନିଜର ସ୍ଥିତି ମଜବୁତ ପାଇଁ ସେ ପାର୍ଟିର ମୁଖ୍ୟ ସମାଲୋଚନକଙ୍କୁ ମଧ୍ୟ ଚୁପ କରାଇବାକୁ ଉଦ୍ୟମ କରିଛନ୍ତି । ଏହା ସହ ଜେଲରେ ପକାଇବାକୁ ଉଦ୍ୟମ କରିଛନ୍ତି ।
ନିର୍ବାଚନ ସମୟରେ ବିଦେଶୀ ସାମ୍ବାଦିକଙ୍କୁ ମଧ୍ୟ ପ୍ରସାରଣ ଉପରେ ରୋକ ଲଗାଯାଇଥିଲା । ଏହି କାରଣରୁ ତୃଣମୂଳସ୍ତରରୁ ସୂଚନା ମିଳିବା ମୁସ୍କିଲ ହୋଇ ଯାଇଛି । ନିଜ କାର୍ଯ୍ୟକର୍ତ୍ତାଙ୍କ ସୂତ୍ରରୁ ମୁଖ୍ୟ ବିରୋଧୀ ଦଳ ନେତା ଚାଡେମା କହିଛନ୍ତି ଆଜି ଅନେକ ବ୍ୟବସାୟୀ ଓ ସୁରକ୍ଷା ବଳ ମଧ୍ୟରେ ରାଜରାସ୍ତାରେ ସଂଘର୍ଷ ଜାରି ରହିଛି ।