ଆଠଗଡ: ନଭେମ୍ବର ୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚକ। ଏଥିପାଇଁ ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହେବ। ତେଣୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥର ଭିଡ଼ ଜଗିବାକୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ SP, ୮ ଜଣ DSP, ୨୦ ଜଣ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ। 
ସେହିପରି ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ। ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ। ଏନେଇ କଟକ ଗ୍ରାମାଞ୍ଚଳ ଏସ୍ପି ସୂଚନା ଦେଇଛନ୍ତି। ଏସ୍ପି କହିଛନ୍ତି, ଏଥର ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିସହ ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ରହିବ। 
ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଏବେ ମକଡ୍ରିଲ୍ ହୋଇଛି। ଧବଳେଶ୍ବର ପୀଠକୁ ଆସୁଥିବା ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ। ୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ପାର୍କିଂ କରାଯିବ। ସେହିପରି NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ୪ ଚକିଆ ଗାଡ଼ି ଆସିବା ନେଇ କୁହାଯାଇଛି।
ଅଧିକ ପଢନ୍ତୁ: ରବିବାର ଠାରୁ ଆରମ୍ଭ ପଞ୍ଚୁକ, ଏଥର ୪ ଦିନ ପଞ୍ଚୁକ ବ୍ରତ ପାଳନ କରିବେ ବ୍ରତଧାରୀ