ନୂଆପଡ଼ା ଉପନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି। ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ନେତା ବବି ଦାସଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଜଣେ ଯୁବକ ନୂଆପଡାର କୋମନା ଥାନାରେ ତାଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବିକ,ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ତାଙ୍କୁ ମାଡ଼ ମାରିଛନ୍ତି। କେବଳ ମାଡ଼ ମାରିନାହାନ୍ତି ବରଂ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏଥିସହ କାହିଁକି ବିଜେପିରେ ବୁଲୁଛୁ କହି ତାଙ୍କୁ ମାରପିଟ କରିଛନ୍ତି ବୋଲି ଅଭିଯୋଗକାରୀ ନିଜେ FIR ରେ ଦର୍ଶାଇଛନ୍ତି। ତେବେ ପୋଲିସ ତାଙ୍କୁ ଉଦ୍ଧାର କରିନଥିଲେ ସେ ଜୀବନ ପାଇ ପାରିନଥାନ୍ତେ ବୋଲି ମଧ୍ୟ କହିଛନ୍ତି । ଏଥିପାଇଁ ଘଟଣାର ତଦନ୍ତ ଦାବି କରି ନ୍ୟାୟ ମାଗିଛନ୍ତି ଅଭିଯୋଗକାରୀ।
 
 
ଅଧିକ ପଢନ୍ତୁ: ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ମାମଲା