ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବନାମ ଆରଏସଏ ବିବାଦ ବଢିବାରେ ଲାଗିଛି । ପୁଅ ପ୍ରିୟଙ୍କ ଖଡଗେଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆରଏସଏସର କାର୍ଯ୍ୟକ୍ରମକୁ ବ୍ୟାନ କରିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଖଗଡେ କହିଛନ୍ତି ଏହା ମୋର ବ୍ୟକ୍ତିଗତ ବିଚାର ଆରଏସଏସ ବ୍ୟାନ କରାଯାଉ । କାରଣ ଦେଶରେ ଆଇନ ଶୃଙ୍ଖଳାର ଅଧିକାଂଶ ସମସ୍ୟା ଆରଏସଏସ ଓ ବିଜେପି କାରଣରୁ ହେଉଛି । ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମଧ୍ୟ ଆରଏସଏସର ସମାଲୋଚନା କରିଥିଲେ ।
କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଛକୁ ସତରେ ବଦଳାଇବାରେ ମାହିର । ସେ କହିଛନ୍ତି, ପଟେଲ ଭାରତର ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକର ସୁରକ୍ଷା ପାଇଁ ଆରଏସଏସ ଉପରେ କଟକଣା ଲଗାଇଥିଲେ । ବିଜେପି ପ୍ରତିଟି ଦୋଷ ପାଇଁ କଂଗ୍ରେସକୁ ଦୋଷ ଦେଇ ଚାଲିଛି । ବିଜେପି ଥରେ ନିଜର ଭୁଲ କର୍ମ ଦେଖୁ । ସତ ଏହା ଯେତେ ଲୁଚାଇବେ ବି ସତ ଲୁଚି ରହେ ନାହିଁ। 
ଖଡଗେ କହିଛନ୍ତି, ଆଜି ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥି ମଧ୍ୟ । ସର୍ଦ୍ଦାର ପଟେଲ ଲୌହ ପୁରୁଷ ଥିଲେ ତ ଇନ୍ଦିରା ଥିଲେ ଆଇରନ ଲେଡି । ଉଭୟ ଏହି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ । ଇତିହାସ ହିଁ କହିବ ଯେ, କଂଗ୍ରେସ ଦେଶ ପାଇଁ କଣ କରିଛି ।
ସେ ସର୍ଦ୍ଦାର ପଟେଲଙ୍କ ସେହି ଚିଠିର ଉଲ୍ଲେଖ କରିଛନ୍ତି, ଯାହାକୁ ଆରଏସଏସର ସଂସ୍ଥାପକ ଶ୍ୟାମା ପ୍ରସାଦ ମୁଖାର୍ଜୀ ଲେଖିଥିଲେ । ସର୍ଦ୍ଦାର ପଟେଲ ମଧ୍ୟ ଏହା କହିଥିଲେ ଯେ, ଆରଏସଏସ ଏମିତି ମାହୋଲ ପ୍ରସ୍ତୁତ କରିଥିଲା ଯେ, ମହାତ୍ମା ଗାନ୍ଧୀଙ୍କ ହତ୍ୟା ହୋଇଗଲା । 
Also read ସର୍ଦ୍ଦାର ପଟେଲଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିଲା: ଅମିତ ଶାହ