ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏକ ବଡ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ  ପରିବାର ଝଗଡାରେ ବୃଦ୍ଧ ମାତା-ପିତାଙ୍କ ଶାନ୍ତିକୁ ସବୁଠୁ ଉପରେ ରଖିଛନ୍ତି । କୋର୍ଟ କହିଛନ୍ତି ବାର୍ଦ୍ଧକ୍ୟ ମାତା-ପିତାଙ୍କୁ ନିଜ ଘରେ ଶାନ୍ତି ଓ ଗରିମା ସହ ରହିବାର ପୂରା ଅଧିକାର ରହିଛି । ପାରିବାରିକ ବିବାଦରେ ତାଙ୍କଠୁ ଏହି ଅଧିକାର କେହି ଛଡାଇ ନେଇ ପାରିବେ ନାହିଁ । କୋର୍ଟ ଟ୍ରାଏଲ କୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଛନ୍ତି । ଟ୍ରାଏଲ କୋର୍ଟ ବୋହୂକୁ ଶାଶୁ-ଶ୍ୱଶୁରଙ୍କ ସ୍ୱଅର୍ଜିତ ଘରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୋହୂୂର ଘରେ ରହିବାର ଅଛି ଅଧିକାର
କୋର୍ଟ ଘରୋଇ ହିଂସାରେ ମହିଳାଙ୍କ ସୁରକ୍ଷା ଆଇନ ଆଧାରରେ ବୋହୂର ଘରେ ରହିବାର ଅଧିକାର ଥିବା କହିଛନ୍ତି । ମାତ୍ର ଅଦାଲତ ଜୋର ଦେଇ କହିଛନ୍ତି ଯେ, କେବଳ ରହିବାର ଅଧିକାର ଅଛି, ମାଲିକାନା ହକର ନୁହେଁ । ଜଜଙ୍କ ପୀଠ ଟିପ୍ପଣୀ କରିଛନ୍ତି, ଆଇନକୁ ଏମିତି ଚଲାଇବା ଉଚିତ୍ ଯଦ୍ୱାରା ସୁରକ୍ଷା ବି ରହିବ ଏବଂ ଶାନ୍ତି ବି । ଅଦାଲତ ଦୁଇ ପକ୍ଷଙ୍କୁ ସନ୍ତୁଳିତ ଅଧିକାର ପ୍ରଦାନ କରିଛନ୍ତି ।
କଣ ମାମଲା ?
ବିବାଦୀୟ ସଂପତ୍ତିର ଗୋଟିଏ ମାଲିକାନ ହକ୍ ଥିଲା । ଏଥିରେ ସିଡି ଓ ରଷୋଇ ଘର ଏକାଠି ଥିଲା । କୋର୍ଟ କହିଛନ୍ତି, ଏମିତିରେ ଅଲଗା ରହିବା ବ୍ୟବହାରିକ ହେବ ନାହିଁ । ବୃଦ୍ଧ ଦମ୍ପତ୍ତି ବୋହୂ ପାଇଁ ବିକଳ୍ପ ଘରର ପ୍ରସ୍ତାବ ଦେଇଥିଲେ । ଏଥିରେ ୬୫ ହଜାର ଟଙ୍କାର ମାସିକ ଭଡା, ମେଣ୍ଟନାନ୍ସ, ବିଜୁଳି-ପାଣି ବିଲ୍ ଓ  ସିକ୍ୟୁରିଟି ଡିପୋଜିଟ୍ ସାମିଲ ଥିଲା । 
କୋର୍ଟ ଅପିଲ୍ ଖାରଜ କରି କହିଛନ୍ତି ଯେ, ଅଧିକାର ପାଇଁ ସନ୍ତୁଳନ ମଧ୍ୟ ଜରୁରୀ । ଯଦ୍ୱାରା କାହାରି ଗାରିମା କିମ୍ବା ସୁରକ୍ଷା ପ୍ରଭାବିତ ନ ହୁଏ । ମହିଳାଙ୍କ ସୁରକ୍ଷା ଆଇନ ଆଧାରରେ ମହିଳାଙ୍କୁ ବେଘର କରାଯାଇ ପାରିବ ନାହିଁ. ଅନ୍ୟପଟେ ବୃଦ୍ଧଙ୍କୁ ଜୀବନର ଅନ୍ତିମ ସମୟରେ ଶାନ୍ତି ସହ ରହିବାର ପୂରା ଅଧିକାର ବି ରହିଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚାରି ସପ୍ତାହ ଭିତରେ ବୋହୂ ପାଇଁ ଦୁଇ ରୁମ ବିଶିଷ୍ଟ ଫ୍ଲାଟ୍ ଖୋଜା ଯାଉ । ଅଞ୍ଚଳ ପୁରୁଣା ଘର ପରି ହୋଇଥିବା ଦରକାର । ଏହାର ଦୁଇ ସପ୍ତାହ ପରେ ବୋହୂକୁ ବିବାଦୀୟ ଘର ଖାଲି କରିବାକୁ ହେବ । 
Also read: ଆଜି E-KYC କରିବାର ଶେଷ ତାରିଖ, ନହେଲେ ନଭେମ୍ବରରୁ ରାସନ ବନ୍ଦ