କେଭାଡ଼ିଆ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ୧୪୦ କୋଟି ଭାରତୀୟଙ୍କୁ ଅଭିନନ୍ଦନ ଜଣାଉଛି। ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଭାରତୀୟ ସଂଘରେ ସାମିଲ କରିବାର ଅସମ୍ଭବ କାମକୁ ସଫଳ କରିଥିଲେ। 
ଜାତୀୟ ଏକତା ଦିବସ ପରେଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଲକ୍ଷଲକ୍ଷ ଲୋକ ଏକତାର ଶପଥ ନେଇଛନ୍ତି। ଆମେ ଦେଶର ଏକତାକୁ ମଜବୁତ କରୁଥିବା କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛୁ। ପ୍ରତ୍ୟେକ ନାଗରିକଙ୍କୁ ଆମ ଦେଶର ଏକତାକୁ ଦୁର୍ବଳ କରୁଥିବା ଯେକୌଣସି ଚିନ୍ତାଧାରା କିମ୍ବା କାର୍ଯ୍ୟକୁ ପରିତ୍ୟାଗ କରିବାକୁ ପଡିବ। ଏହା ଆମ ଦେଶ ପାଇଁ ସମୟର ଆବଶ୍ୟକତା। 
ସେ କହିଛନ୍ତି ଯେ ଯେପରି ୧.୪ କୋଟି ନାଗରିକ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଏବଂ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରନ୍ତି। ସେହିପରି ଏକତା ଦିବସର ଗୁରୁତ୍ୱ ଆମ ପାଇଁ ପ୍ରେରଣା ଏବଂ ଗର୍ବର ମୁହୂର୍ତ୍ତ। ଏଠାରେ ଏକତା ନଗରରେ ଏକତା ମଲ୍ ଏବଂ ଏକତା ଗାର୍ଡେନ ଏକତାର ସୂତ୍ରକୁ ମଜବୁତ କରୁଥିବା ଦେଖାଯାଉଛି। ଦେଶସାରା ଆୟୋଜିତ ହେଉଥିବା ରନଫର୍ ୟୁନିଟି ଦୌଡ଼, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ନୂତନ ଭାରତର ସଂକଳ୍ପ ଶକ୍ତିକୁ ସିଧାସଳଖ ଅନୁଭବ କରୁଛୁ। 
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଠାରେ ସମ୍ପ୍ରତି ହୋଇଥିବା କାର୍ଯ୍ୟକ୍ରମ, ଗତକାଲି ସନ୍ଧ୍ୟାରେ ହୋଇଥିବା ଚମତ୍କାର ଉପସ୍ଥାପନାରେ ଅତୀତର ପରମ୍ପରା, ବର୍ତ୍ତମାନର କଠିନ ପରିଶ୍ରମ ଏବଂ ସାହସିକତା ଏବଂ ଭବିଷ୍ୟତର ଉପଲବ୍ଧିର ଏକ ଝଲକ ମଧ୍ୟ ରହିଛି। ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ ଯେ ଇତିହାସ ଲେଖିବାରେ ସମୟ ନଷ୍ଟ କରାଯିବା ଉଚିତ୍ ନୁହେଁ, ଆମକୁ ଇତିହାସ ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ। ତାଙ୍କ ଜୀବନୀରେ ଆମେ ତାଙ୍କର ଏହି ଭାବନା ଦେଖୁ। ସର୍ଦ୍ଦାର ସାହେବଙ୍କ ଦ୍ୱାରା ପ୍ରସ୍ତୁତ ନୀତି, ସେ ନେଇଥିବା ନିଷ୍ପତ୍ତି ଏକ ନୂତନ ଇତିହାସ ସୃଷ୍ଟି କରିଥିଲା।
ଅଧିକ ପଢ଼ନ୍ତୁ: ନିଜର ଇସ୍ତାହାରରେ ଦଳିତ, ମହିଳା ଏବଂ ଯୁବକଙ୍କୁ ଗୁରୁତ୍ବ ଦେଲା ଏନଡିଏ