ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଣିକି ସମସ୍ତ ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ହୋଇଥିବା ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବସ୍ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ ଅଟେ । ସେହିପରି ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର ଓ କାଚ ଭାଙ୍ଗିବାକୁ ହାତୁଡ଼ି ରଖିବାକୁ ନିର୍ଦ୍ଦେଶ ।