ପୁରୀ: ଚିନ୍ତା ବଢ଼ାଇଛି ଶ୍ରୀମନ୍ଦିର ମେଘନାଦ ପାଚେରୀ । ମେଘନାଦରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପାଚେରୀର ଏକାଧିକ ସ୍ଥାନରେ ପାଣି ଝରୁଛି । ଯାହାକି ଏବେ ଚିନ୍ତାର ବିଷୟ ହୋଇଛି । ଖୁବ ଶୀଘ୍ର ପାଚେରୀ ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ ଥିବା ରାମଦୟା ପରିଷଦ ନିକଟସ୍ଥ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି । ଆନନ୍ଦ ବଜାରର ହାତ ଧୁଆ ପାଣି ଫାଟ ଦେଇ ବାହାରକୁ ଆସୁଛି । ସେହି ସ୍ଥାନରେ ଶିଉଳି ମଧ୍ୟ ଜମି ଗଲାଣି । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ସମ୍ପୃକ୍ତ ସ୍ଥାନରୁ ଶିଉଳି ଛଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇଛନ୍ତି ।
ତେବେ ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏଏସଆଇ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି । ଏହା ଉପରେ ସେ କୌଣସି ରାଜନୈତିକ ଟିପ୍ପଣୀ କରିବେ ନାହିଁ ବୋଲି ସିଧାସଳଖ କହି ଦେଇଛନ୍ତି ।