ଦିନକୁ ଦିନ ରିଲ୍ସ ଯୁବ ପିଢିଙ୍କୁ ପାଗଳ କରିଛି। ରିଲ୍ସ ନିଶାରେ ପାଣି,ପାହାଡ କିଛିବି ମାନୁ ନାହାନ୍ତି ଆଜିର ଯୁବପିଢ଼ି। ଏପରିକି ସେହି ରିଲ୍ସ ନିଶାରେ ଅନେକଙ୍କ ଜୀବନ ମଧ୍ୟ ଅକାରଣରେ ଚାଲିଯାଉଛି। ସେହିପରି ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରୁ ଦୁଇଜଣ ଯୁବକ ରିଲ୍ସ ନିଶାରେ ନଦୀକୁ ଡେଉଁଥିଲେ। ଏହାପରେ ନଦୀ ସୁଅରେ ଦୁଇଜଣ ଭାସିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜଣେ ଯୁବକ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର କରିଛି।
Read More >