ଭୁବନେଶ୍ୱର,ନଭେମ୍ବର 25 (ଖବର ଓଡିଶା)
ଓଡିଶାରେ କରୋନା ପ୍ରଭାବ କମୁଛି ବଢୁଛି । ଦୈନିକ 1000 ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟର 30 ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ଆଉ 730 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରୁ ଗତ 24 ଘଣ୍ଟାରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 419 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ଏବଂ ଅନ୍ୟ 311 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ 5685860 କରୋନା ନମୁନା ପରୀକ୍ଷଣ କରାଯାଇଛି । ଏଯାଏଁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା 3 ଲକ୍ଷ 16 ହଜାର 001 ଜଣରେ ପହଞ୍ଚିଛି । 3 ଲକ୍ଷ 7 ହଜାର 374 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 6 ହଜାର 887 ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।