କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ମହାକାଳପଡ଼ା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି । ସେ ହେଲେ ବିଶ୍ୱଜିତ୍ ମହାପାତ୍ର । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ପୂର୍ବରୁ ପାର୍ଥସାରଥୀ ସାମନ୍ତରାୟ ଓ ହିମାଂଶୁ ପ୍ରଧାନ ଗିରଫ ହୋଇଛନ୍ତି ।
ଗତ ଜୁନ୍ ୧୧ ତାରିଖରେ ଚାମେଲି ଓଝା ବିଡ଼ିଓଙ୍କୁ ବକେୟା ବିଲ୍ ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିବା ଯୁକ୍ତି ତର୍କ ହୋଇଥିଲା । ଚାମେଲି ଓଝାଙ୍କ ସହିତ ଯାଇଥିବା ଅନ୍ୟ ବ୍ୟକ୍ତି ବିନା ଅନୁମତିରେ ବିଡ଼ିଓଙ୍କ ଚ୍ୟାମ୍ବର ଭିତରକୁ ପଶିବା ସହିତ ଭିଡ଼ିଓ ଉତ୍ତୋଳନ କରିଥିଲେ । ଯାହାକୁ ବିଡ଼ିଓ ବାରଣ କରିଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପାର୍ଥସାରଥୀ ଓ ହିମାଂଶୁଙ୍କର ଚାମେଲିଙ୍କ ସହିତ ଯୁକ୍ତି ତର୍କ କରିଥିଲେ । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଚାମେଲି ବିଡିଓଙ୍କ ଚାମ୍ୱରରେ ୭ ଜଣ ଦୁର୍ବ୍ୟବହାର କରିଥିବା ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ ।