ଭୁବନେଶ୍ୱର: ପ୍ରଶାସନିକ ସେବା ପରୀକ୍ଷା - ୨୦୨୪ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଓଡ଼ିଆ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତମ ଜନସେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସେବା ମନୋଭାବ ସମସ୍ତଙ୍କ ବ୍ରତ ହେଉ । ସରକାରୀ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପାରଦର୍ଶୀ ପ୍ରଶାସନ ଗଠନ ଦିଗରେ ସମସ୍ତେ ଏକନିଷ୍ଠ ହୋଇ କାର୍ଯ୍ୟ କରନ୍ତୁ ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୪ରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି । ଦେବିକା ପ୍ରିୟଦର୍ଶିନୀ ୯୫ତମ ସ୍ଥାନରେ ଥିବାବେଳେ ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ ରହିଛନ୍ତି । ସେହିପରି ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି। ସେହିପରି ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର, ୪୨୮ରେ ଧୃତିରାଜ ମିଶ୍ର, ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬୮ରେ ସିମରନ ସାହୁ, ୮୪୦ରେ ରିଶିତା ଦାଶ, ୯୭୧ରେ ଗୋପୀନାଥ ସାହୁ, ୯୮୭ରେ ଆଦିତ୍ୟ ବେହେରା ଓ ୯୯୪ରେ ଅନ୍ନପୂର୍ଣ୍ଣା ମିଶ୍ର ଅଛନ୍ତି ।
ସର୍ବଭାରତୀୟ ସ୍ତରରେ ଉତ୍ତର ପ୍ରଦେଶର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ହର୍ଷିତା ଗୋଏଲ ଦ୍ୱିତୀୟ ରହିଛନ୍ତି ଏବଂ ଅର୍ଚ୍ଚିତ ପରାଗ ଡୋଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଶାହ ମାର୍ଗି ଚିରାଗ ୪ର୍ଥ, ଆକାଶ ଗର୍ଗ ୫ମ, କୋମଲ କୁନିଆ ୬ଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି । ରାଜକ୍ରୀଷ୍ଣ ଝା ୮ମ, ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ୧୦ ସ୍ଥାନରେ ରହିଛନ୍ତି ।