ସମ୍ବଲପୁର: ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨ ଦିନିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି। ଆଜି ସକାଳ ସାଢେ ୧୦ ଟାରେ ଝାରସୁଗୁଡା ଏୟାପୋଟରେ ଓହ୍ଲାଇବା ପରେ ସିଧାସଳଖ ସମ୍ବଲପୁର ପହଂଚି ୧୧ ଟାରେ ମାଁ ସମଲେଶ୍ବରୀଙ୍କୁ ଦର୍ଶନ କରିବେ। ଏହାପରେ ମହାନଦୀ ରିଭରଫ୍ରଣ୍ଟରେ ୨୫ ଟି ଇ-ବସ ର ଶୁଭାରମ୍ଭ କରିବେ। ପରେ ଅପରାହ୍ନରେ ବୁର୍ଲା ପିଏମଶ୍ରୀ ସରକାରୀ ହାଇସ୍କୁଲ ଆୟୋଜିତ ସରକାରୀ ସଭାରେ ଯୋଗ ଦେଵେ।
ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋର୍କାପଣ କରିଵେ। ସେହିପରି ଆସନ୍ତା କାଲି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ତାର ଜମାଦାରପାଲି ଟିପୁପଡାରେ ସହରକୁ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଵେ। ଏହାପରେ ମଧ୍ୟାହ୍ନରେ ସମ୍ବଲପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନୂତନ ଟ୍ରମା କେୟାର କୋଠାର ଲୋର୍କାପଣ କରିବେ। ତେଵେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମ୍ବଲପୁର ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।