ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରାପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ପଞ୍ଚୁଦଣ୍ଡ ଉତ୍ସବ ଚାଲିଥିବା ବେଳେ ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ହଠାତ୍ ତୀବ୍ର ଗଣ୍ଡଗୋଳ ସୃଷ୍ଟି ହୋଇ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି।
ସୂଚନା ଅନୁସାରେ, ହିଞ୍ଜିଳିକାଟୁ ସାନ ପାର୍ଟି ଓ ପୁରୁଷୋତ୍ତମପୁର ଗୌଡ ପାର୍ଟି ମଧ୍ୟରେ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଦୁଇପକ୍ଷର ଦଣ୍ଡୁଆମାନେ ମଧ୍ୟରେ ମାରପିଟ୍ ହୋଇଥିଲେ, ଯାହାଫଳରେ କିଛି ସମୟ ପାଇଁ ଉତ୍ସବର ମାହୋଲ ଅସ୍ଥିର ହୋଇପଡ଼ିଥିଲା। ସେଠାରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇଥିଲେ।
ତେବେ, ଏହି ଗଣ୍ଡଗୋଳ କେଉଁ କାରଣରୁ ଆରମ୍ଭ ହେଲା, ସେଥି ପ୍ରତି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳିନାହିଁ। ଘଟଣାକୁ ନେଇ ଏପର୍ଯ୍ୟନ୍ତ ଧରାକୋଟ ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇନଥିବା କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିଆଯନ୍ତ୍ରଣା କରି ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଲୋକମାନଙ୍କୁ ପଚାରାଉଚାରା କରାଯାଉଥିବା ସୂଚନା ମିଳିଛି।
ପାରମ୍ପରିକ ପଞ୍ଚୁଦଣ୍ଡ ଭଳି ଧାର୍ମିକ ଉତ୍ସବରେ ଏପରି ଘଟଣା ଘଟିବାକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣା ପଛରେ କିଏ ଦାୟୀ ଓ କାହିଁକି ଏପରି ଅଶାନ୍ତି ସୃଷ୍ଟି ହେଲା? ପୁଲିସ୍ ଏହାର ତଦନ୍ତ କରୁଛି।
ଅଧିକ ପଢନ୍ତୁ: ଗଞ୍ଜାମରେ ଆରମ୍ଭ ହେଲା ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା; ଆସ୍ଥା ଓ ପରମ୍ପରାର ଜୀବନ୍ତ ଚିତ୍ର