ଭଦ୍ରକ: କାର୍ କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ । ଏପରି ଏକ ସଡକ ଦୁର୍ଘଟଣା ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ଘଟିଛି ।
ସୂଚନା ଅନୁସାରେ, ତ୍ରିନାଥ ନାମକ ଘରୋଇ ଯାତ୍ରୀବାହୀ ବସ ଯାତ୍ରୀମାନଙ୍କୁ ନେଇ ଅଭଣାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା । ଏହି ସମୟରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଏକ କାର୍ ବସ୍ ଆଗକୁ ଚାଲିଆସିଥିଲା। ବସ୍ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାର୍ କୁ ବଞ୍ଚାଇବାକୁ ଯାଇ ବସର ବ୍ରେକ ଲଗାଇଥିଲେ । ହଠାତ ବସ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢିଯାଇ ଏକ ବିଦ୍ୟୁତ ଖୁଣ୍ଡକୁ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଥିଲେ । ବସ୍ଟିର ସାମ୍ନା ପଟ ଭାଙ୍ଗି ଯାଇଛି । ଏନେଇ ଟାଉନ ପୋଲିସ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।