କେନ୍ଦୁଝର; ରବିବାର କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଶୋଇଥିବା ସମୟରେ ଗ୍ରାମର ରାମଚନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଘର ଜଳିଯିବା ସହିତ ଘରର ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ରଙ୍କ ପରିବାର ଲୋକ ଖାଇ ପିଇ ଶୋଇଥିବା ବେଳେ ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କିଟି ହଠାତ ଫାଟି ଯାଇଥିଲା । ପ୍ରଚଣ୍ଡ ଶଦ୍ଦ ହେବାରୁ ହେବାରୁ ଘର ଲୋକ ଉଠିବା ବେଳକୁ ଘରେ ନିଆଁ ଲାଗି ଯାଇଥିବା ଦେଖିଥିଲେ । ଯାହା ଫଳରେ ଘର ଜଳିଯିବା ସହ ଆସବାବପତ୍ର ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ତେବେ ପରିବାର ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ଗ୍ୟାସ ଟାଙ୍କି ଫାଟିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।