ଚିଲିକା: ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା । ସୋମବାର ସକାଳୁ ଏକ ଯାତ୍ରୀବାହି ଡଙ୍ଗା ଚିଲିକାରେ ଫସି ରହିଥିବା ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଡଙ୍ଗାଟି ପ୍ରାୟ ୧ ଘଣ୍ଟା ଫସିରହିଥିଲା । ଯାହା ଫଳରେ ଭୟଭୀତ ହୋଇଯାଇଥିଲେ ଯାତ୍ରୀ ।
ସୂଚନା ଅନୁସାରେ ଆଜି ସକାଳୁ ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ଯାଉଥିଲା । ଯେଉଁଥିରେ ୧୦ଟି ବାଇକ ସମେତ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ତେବେ ମହିଁସାକୁଦ ନିକଟରେ ଯାନ୍ତ୍ରିକତ୍ରୁଟି ଦେଖାଦେଇଥିଲା । ମେସିନ ସ୍ଲାବ ଫାଟି ଯିବାରୁ ମଝି ଚିଲିକାରେ ଯାତ୍ରୀମାନେ ଦୀର୍ଘ ୧ ଘଣ୍ଟା ଧରି ଫସି ରହିଥିଲେ ।
ଅଧିକ ପଢନ୍ତୁ: ଧବଳେଶ୍ଵରଙ୍କ ପୀଠରେ ଆଜି ବଡ଼ଓଷା