ବ୍ରହ୍ମପୁର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଆଜି କୋର୍ଟରେ ହାଜର କରିଛି ପୁଲିସ। ବ୍ରହ୍ମପୁର ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟରେ ତାଙ୍କୁ ହାଜର କରାଯାଇଛି। ଶଙ୍କରଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ତଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସିଲିକନ ଟେକ୍ କମ୍ପାନୀର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟରେ ହାଜର କରାଯାଇଛି।
ନିଯୁକ୍ତି ଦୁର୍ନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କରଙ୍କୁ ପୁଲିସ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ । ଶଙ୍କର ଗିରଫ ହେବା ପରେ ଏହି ଦୁର୍ନୀତିରେ ପ୍ରାୟ ୧ ହଜାର କୋଟି ଟଙ୍କାର ଡିଲ୍ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଅଧିକ ଜେରା କରାଗଲେ ଏହି ମାମଲାରେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
ଅଧିକ ପଢନ୍ତୁ: ଏସଆଇ ପରୀକ୍ଷା ଦୁର୍ନୀତି: ସିଲିକନ୍ ଟେକ୍ ମାଲିକ ଗିରଫ