ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବା ସମୟରେ ବିଜେପିକୁ ଶାଣିତ ସ୍ୱରରେ କରିଛନ୍ତି ଟାର୍ଗେଟ୍ । ଆଉ କହିଛନ୍ତି ନଭେମ୍ବର ୧୧ରେ ବିଜେପିଠୁ ନେବୁ ବଦଲା । ଆଜି କୋମନାରେ ନିର୍ବାଚନ ପ୍ରଚାର ସମୟରେ ଏହା କହିଛନ୍ତି ନବୀନ ପଟ୍ଟନାୟକ ।
ନବୀନ କହିଛନ୍ତି, ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି । ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦଲା ନେବା । ଏ ସରକାରକୁ ୧୬ ମାସ ବିତି ସାରିଛି । ୧୬ ମାସର ବିଜେପି ସରକାରରେ କାମ ଜିରୋ ଏବଂ ବିକାଶ ପୂରା ଠପ୍ ହୋଇ ଯାଇଛି । ବିଡମ୍ବନାର ବିଷୟ ମିଶନ ଶକ୍ତି ମହିଳାଙ୍କୁ ଏ ବିଜେପି ସରକାର ଦରମା ଦେଇ ପାରୁନି । ୮ ମାସ ହେଲା ମିଶନ ଶକ୍ତିର ମହିଳାଙ୍କୁ ଦରମା ମିଳିନି । କେବଳ ନାଁ ପରିବର୍ତ୍ତନ କରୁଛନ୍ତି । ସେମାନେ ଗେମ ଚେଞ୍ଜର ନୁହନ୍ତି, ନେମ ଚେଞ୍ଜର । ବିଏସକେୱାଇ ଭଲ ନା ଆୟୁଷ୍ମାନ କହି ବିଜେପି ସରକାରର ସମାଲୋଚନା କରିଛନ୍ତି ନବୀନ ।
ଆଜି କୋମନାରେ ନିର୍ବାଚନ ପ୍ରବାର ପରେ ପୁଣି ୭ ତାରିଖରେ କରିବେ ପାୱାର ଶୋ । ଖରିଆଡ଼ ରୋଡ଼ରୁ ନୂଆପଡ଼ା ପର୍ୟ୍ୟନ୍ତ ରୋଡ଼ ଶୋ କରି ପ୍ରଚାର କରିବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ। ଉଲ୍ଲେଖନୀୟ ନିର୍ବାଚନ ପ୍ରଚାର ୯ ତାରିଖରେ ସରିବ । ୭ ଓ ୮ ତାରିଖରେ କମ୍ପିବ ନୂଆପଡ଼ା। ୩ ପ୍ରମୁଖ ରାଜନୈତିକ ଦଳର ଏହି ଦୁଇ ତାରିଖକୁ ଛକିଛନ୍ତି। କାରଣ ୯ ରେ ସରିବ ପ୍ରଚାର ତା ପୂର୍ବରୁ ହେବ ମାଷ୍ଟର ଷ୍ଟ୍ରୋକ। ନଭେମ୍ବର ୧୧ରେ ହେବ ଭୋଟିଂ ଏବଂ ୧୪ରେ ଫଳାଫଳ ପ୍ରକାଶ ପାଇବ ।
Also read: ବିଜେଡ଼ିକୁ ପୁଣି ଏକ ଶକ୍ତ ଧକ୍କା; ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ