ଭୁବନେଶ୍ୱର: ରାଜଧାନୀର ଏକ ତାରକା ହୋଟେଲ ପଛପଟେ ବାଘ ଛାଲ ଡିଲ୍ ଚାଲିଥିଲା ବେଳେ ଗ୍ରାହକ ବେଶରେ ଯାଇ ଧରିଛି ପୋଲିସ୍। ବାଘ ଛାଲ ସହ ୩ ଜଣ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍।
ଘଟଣା ମୁତାବିକ, ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ହେଉଥିବା ଖବର ପାଇଥିଲା ପୋଲିସ। ଏହି ବେପାରୀ ମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ଵରରେ ଡିଲ କରୁଥିଲେ। କିନ୍ତୁ ସବୁ ଯୋଜନା ବିଗାଡ଼ିଦେଲା ପୋଲିସ୍। ପୂରା ଫିଲ୍ମ ଷ୍ଟାଇଲରେ ପୋଲିସ ଗ୍ରାହକ ବେଶରେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା। ଆଉ ପୂରା କାରନାମରା କରିଥିଲା ପର୍ଦ୍ଦାଫାସ୍।
ବାଘ ଛାଲ ଡିଲ୍ ପାଇଁ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି ସ୍ପେଶାଲ କ୍ରାଇମ ୟୁନିଟ ବା 'ସ୍କୁ'I ସେମାନଙ୍କ ଠାରୁ ଆହୁରି ବାଘ ଛାଲ ମିଳିପାରେ ବୋଲି ପୋଲିସ ଅନୁମାନ ଲଗାଉଥିବା ବେଳେ, ସେମାଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଚାଲିଛି। ଏବେ ପ୍ରଶ୍ନ ସେମାନେ ଏହି ବାଘ ଛାଲ କେଉଁଠୁ ଆଣିଲେ? କେଉଁ ଜଙ୍ଗଲରେ ବାଘର ମୃତ୍ୟୁ ହୋଇଥିଲା? ବାଘର ବୟସ କେତେ ଥିଲା? ଏ ସବୁର ଖୋଳତାଡ଼ ଜାରି ରହିଛି।