ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିରେ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି । ଘନ ଘନ ଜେରା ପରେ ସୁରେଶକୁ ଗିରଫ କରାଯାଇଛି । ଆଜି ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଏବଂ ସୁରେଶକୁ କୋର୍ଟରେ ହାଜର ହେବେ । ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ।
ଶନିବାର ବିଳମ୍ବିତ ରାତିରେ ଶଙ୍କର ପୃଷ୍ଟିକୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ଏହା ପରେ ପରୀକ୍ଷା ଦାୟିତ୍ୱ ନେଇଥିବା ସିଲିକନ ଟେକକୁ ଗିରଫ କରାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରେ ଶଙ୍କର ପହଁଚିବା ପରେ ବିସ୍ଫୋରକ ବୟାନ ଦେଇଥିଲା । ସେ କହିଥିଲା ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ସମସ୍ତଙ୍କର ତଥ୍ୟ ସରକାରଙ୍କୁ ଦେବ । ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳୀ ବାହାର କରନ୍ତୁ । ଏଥିରେ ତାର ସ୍ତ୍ରୀ କିମ୍ବାର ନିଜର କୌଣସି ଲିଙ୍କ ନ ଥିବା ଶଙ୍କର ପୃଷ୍ଟି କହିଥିଲା ।
ଏହି ମାମଲାରେ ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ଜାମିନ ମଞ୍ଜୁର ହୋଇଛନ୍ତି । ସମସ୍ତେ ବ୍ରହ୍ମପୁର ଜେଲରୁ ମୁକୁଳିଛନ୍ତି ।