ସମ୍ବଲପୁର : ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ବିଟେକ ଛାତ୍ରକୁ ଧରିଲା ଆରପିଏଫର ସ୍ଵତନ୍ତ୍ର ଟିମ୍ । ୪ଟି ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନରେ ଚୋରା ଚାଲାଣ ହେଉଥିବା ବେଳେ ସମ୍ବଲପୁର ସିଟି ଷ୍ଟେସନରେ ମାଡ଼ି ବସିଲା ଆରପିଏଫର ସ୍ୱତନ୍ତ୍ର ଟିମ୍ । ୭୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ୩ ଜଣ ଉଚ୍ଚ ଶିକ୍ଷିତ ଛାତ୍ର ମାନଙ୍କୁ ଗିରଫ କରିଛି ଆରପିଏଫ ।
ସୂଚନା ଅନୁଯାୟୀ ଅନଗୁଳରୁ ଝାରଖଣ୍ଡ ଧାନବାଦକୁ ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସ ଟ୍ରେନରେ ଚାଲାଣ କରୁଥିବା ବେଳେ ଏହି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣା ରେ ୩ ଜଣ ଉଚ୍ଚ ଶିକ୍ଷିତ ଛାତ୍ର ଗିରଫ ହୋଇଛନ୍ତି । ଏହି ଛାତ୍ର ମାନେ ଛେଣ୍ତିପଦାରୁ ଗଞ୍ଜେଇ ଆଣି ଅନୁଗୁଳ ଷ୍ଟେସନରେ ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସରେ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଚାଲାଣ କରୁଥିଲେ l ଗିରଫ ୩ ଜଣ ଛାତ୍ର ହେଲେ ବିହାର, ଗୁଜୁରାଟ ଓ ୟୁପି ରାଜ୍ୟର ଥିବା ବେଳେ ୨ ଜଣ ବିଟେକ ଛାତ୍ର ଓ ଜଣେ ବିବିଏ ଛାତ୍ର ହୋଇଥିବା ନେଇ ଆରପିଏଫର ସ୍ୱତନ୍ତ୍ର ଟିମ ପକ୍ଷରୁ ସୂଚନା ଦିଆଯାଇଛି ।