ଗାଁରେ ବୁଲୁଛି ବାଘ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଶାରଦା ଶତପଥୀଙ୍କ ଘରେ ଲାଗିଥିବା ସିସି ଟିଭିରେ ବାଘ ବୁଲୁଥିବା ଭିଡିଓ କଏଦ ହୋଇଛି। ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଗାଁରେ ବାଘ ବୁଲୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି। ବାଘକୁ କାବୁ କରି ଜଙ୍ଗଲରେ ଛାଡିବାକୁ ବନବିଭାଗକୁ ଦାବି କରିଛନ୍ତି। ଆଖ ପାଖ ଅଞ୍ଚଳରେ ଏହି ବାଘ ଘୁରି ବୁଲୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରେ ନେମାଳ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ: ନଭେମ୍ବର ୧୧ରେ ବିଜେପିଠୁ ନେବୁ ବଦଲା: ନବୀନ ପଟ୍ଟନାୟକ