ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ପାଇଁ ବିଜେଡି ଆଜି୨ ଜଣଙ୍କ ନାଁ ଘୋଷଣା କରିଛି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କ ନାଁରେ ଦଳ ମୋହର ମାରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କୁ ଟିକେଟ୍ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।
କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ନେଇ ରାଜ୍ୟବାସୀ ଅପେକ୍ଷା କରିଥିଲେ। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ନବୀନ ନିବାସରେ ପ୍ରାର୍ଥୀ ନେଇ ଅଙ୍କକଷା ଚାଲିଥିଲା। ଆଜି ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା ପହଞ୍ଚିବା ପରେ ଚର୍ଚ୍ଚା ବଢ଼ିଥିଲା। ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଉପସ୍ଥିତ ଥିଲେ। ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ନବୀନ।