ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରର ଭିତରକାଠ ନିକଟରେ ବାନ୍ତି ପଡିବାରୁ ବଡ଼ ମହାସ୍ନାନ ନୀତି କରାଯାଇଛି । ଏହି ନୀତି ସମୟରେ ୧ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିପାରିବେ । ମହାସ୍ନାନ ସମ୍ପନ୍ନ ହେବା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି । ସୂଚନାଥାଉ କି ଯଦି କେବେ ଶ୍ରୀମନ୍ଦିର କିଛି ଅଘଟଣ ଯେମିତିକି ରକ୍ତଛିଟା ,କିମ୍ବା କାହାର ମୃତ୍ୟୁ ହୁଏ ତେବେ ତେବେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୁଏ l ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡ଼େ, କିଏ ବାନ୍ତି କରିଦେଲେ ତେବେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇ ଉକ୍ତ ସ୍ଥାନରେ ଚୂନ ପାଣି ପକାଯାଇ ଶୁଦ୍ଧିକରଣ କରାଯାଏ । ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ l