ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଶେଷ ହୋଇଛି। ତେଣୁ ଏହାର ଫଳ ପ୍ରକାଶ କରିବା ପାଇଁ ସିଏଚ୍ଏସ୍ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ଏପ୍ରିଲ୍ ୨ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ମେ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ।
ସୂଚନାଯୋଗ୍ୟ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି। ଏକ୍ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଶିକ୍ଷକମାନେ ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ଟି ଖାତା ଦେଖିପାରିବେ ।ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି। ଖାତା ଦେଖିବା ପାଇଁ ରହିଥିବା ଶିକ୍ଷକଙ୍କ ଉପରେ କଡ଼ା ନଜର ରଖାଯିବ । ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ପରୀକ୍ଷାଫଳ ବାହାରିବ ବୋଲି ବୋର୍ଡ ସୂଚନା ଦେଇଛି ।
ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି।