ଭୁବନେଶ୍ୱର: ସଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ଆମ ବସ୍ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାୟ ୧୫ଚି ମାର୍ଗରେ ଗଡ଼ୁଥିବା ୪୩ଟି ବସ ଭୁବନେଶ୍ୱର ଉପକଣ୍ଠ ପୋଖରୀପୁଟ ଡିପୋରେ ବନ୍ଦ ପଡ଼ିଛି ।
ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତିମାସ ୧୦ ତାରିଖରେ ସୁଦ୍ଧା ଦରମା ମିଳିଥାଏ। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଆହୁରି ବିଳମ୍ବ ହୋଇଛି । ତିନିଦିନ ହେବ ଦରମା ଦରମା ଦେବେ ଦେବେ କହି ଦେଉ ନାହାଁନ୍ତି । ସେହିପରି ଆମ ବସ୍ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ ନାହିଁ, ଓଭର ଟାଇମ୍ ଡ୍ୟୁଟି ମଧ୍ୟ କରିବାକୁ ପଡ଼ୁଛି, ସାପ୍ତାହିକ ଛୁଟି ମିଳୁନାହିଁ ଏବଂ ଏଏସଆଇ ସୁବିଧା ମଧ୍ୟ ଦିଆଯାଉ ନାହିଁ । କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି ଚୁପ୍ ବସିଯାଇଛି । ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ଦାୟିତ୍ୱ କିଏ ନେବ ବୋଲି ଡ୍ରାଇଭରମାନେ ପ୍ରଶ୍ନ କରିଛନ୍ତି ।
ସେପଟେ ଆମ ବସ୍ ନିର୍ଭରଶୀଳ ଥିବା ସାଧାରଣ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପ୍ରାଇଭେଟ୍ ବସ୍ କିମ୍ବା ଅଟୋରେ ଉଚ୍ଚ ମୂଲ୍ୟରେ ଭଡ଼ା ଦେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।