ଭୁବନେଶ୍ୱର: ଅମାନିଆ ମିଲରମାନଙ୍କୁ ବାରମ୍ବାର ତାଗିଦ ସତ୍ୱେ ସରକାରଙ୍କୁ ବେଖାତିର । ମନ ମୁଖୀ କରୁଛନ୍ତି କଟନୀ ଛଟନୀ । ଯାହାକୁ ନେଇ କଡ଼ା ଚେତାବନୀ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ। ଯେଉଁମାନେ ଏ ନୀତି ଆପଣେଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ଯେଉଁ ମିଲରମାନେ ଅଧିକ କଟନି ଛଟନି କରୁଛନ୍ତି, କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଯେଉଁ ମିଲରମାନେ ସରକାରଙ୍କ ନିୟମ ମାନିବେ ନାହିଁ, ମନମାନି କରିବେ ପୁରୁଣା ନୀତିରେ ଚାଲିବେ, ସେମାନଙ୍କୁ ବରଦାସ୍ତ କରାଯିବନାହିଁ । ତାହା ଏବେ ଚଳିବ ନାହିଁ । ନୂଆ ସରକାର ନୂଆ ନୀତିରେ ଚାଲିବ । କୃଷକମାନଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।