ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ । ମାଳ ମାଳ ସୁରକ୍ଷା କର୍ମୀ ଥାଇ ଭାଇରାଲ ହେଉଛି ଭିତର ବେଢ଼ା ଭିଡିଓ । ଶ୍ରୀମନ୍ଦିର ଭିତର ବେଢ଼ାର ନୀଳଚକ୍ର ପତିତପାବନ ବାନା ଓ ମନ୍ଦିରର ସମ୍ପୂର୍ଣ୍ଣ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ।
ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆଇଡିରୁ ଭିଡିଓ ଭାଇରାଲ ହୋଇଛି । ଭିଡ଼ିଓ ପତିତପାବନ ବାନା ପରିବର୍ତ୍ତନ ସମୟର ହୋଇଥିବା ଜଣାପଡ଼ିଛି । କୃର୍ତ୍ତିକା_କାର୍ପେ ୨୦୧୭ ନାମକ ଆଇଡିରୁ ଏହି ଭିଡିଓ ପୋଷ୍ଟ କରାଯାଇଛି ।
ସେପଟେ ଭିଡ଼ିଓ ଭାଇରାଲ ପରେ ଜଗନ୍ନାଥ ପ୍ରେମୀ ଏବଂ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ପଟେ ଶ୍ରୀମନ୍ଦିର ଏତେ ସଂଖ୍ୟକ ସୁରକ୍ଷା କର୍ମୀ ରହିଛନ୍ତି । ଯାଞ୍ଚ ସତ୍ତ୍ୱେ ଜଣେ ମୋବାଇ ଭିତରକୁ କିପରି ନେଲା ? ଭିଡିଓ ଉତ୍ତୋଳନ କରିବା ସମୟରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ପୋଲିସ କର୍ମୀ ତାଙ୍କୁ କିପରି ଦେଖିପାରିଲେ ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଭିଡ଼ିଓ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।