କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଏଡିଏମଓ କିଶୋର ମିଶ୍ର । ଚାମେଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଏଡିଏମଓ କହିଛନ୍ତି ।
ପ୍ରକୃତରେ ଚାମେଲି ଓଝାଙ୍କର କଣ ହୋଇଥିଲା ବିସ୍ତୃତଭାବରେ ସୂଚନା ଦେଇଛନ୍ତି ଏଡିଏମଓ। ଡାକ୍ତରଙ୍କ ଅନୁସାରେ, ଗତ ୧୧ ତାରିଖରେ ଯେତେବେଳେ ଚାମେଲି ଓଝା ହସ୍ପିଟାଲକୁ ଆସିଥିଲେ ସେତେବେଳେ ମାନସିକ ଚାପରେ ଥିଲେ । ତାଙ୍କର ଖାଦ୍ୟ କମିବା ସହିତ ଦୁର୍ବଳ ଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବା ପରେ ଜୁନ୍ ୧୩ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ପରେ କୋର୍ଟ ଯାଇ ଜେଲ ଯିବା ପରେ ପୁଣି ଥରେ ସେ ଅସୁସ୍ଥ ଅନୁଭବ କରୁଥିବା କହିଥିଲେ । ତାଙ୍କର ମୁଣ୍ଡ ବୁଲାଉଥିବା ଜେଲର୍ କହିଥିଲେ । ଏହା ପରେ ପୁନର୍ବାର ତାଙ୍କୁ ହସ୍ପିଟାଲରେ ଦାଖଲ କରାଯାଇଥିଲା ।
ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ତାଙ୍କର ଜଳୀୟଅଂଶ କମିଯାଇଥିଲା ଏବଂ ଉଚ୍ଚ ରକ୍ତଚାପ ଦେଖା ଦେଇଥିଲା । ତାଙ୍କ କଟକ ଏସସିବି ମେଡ଼ିକାଲକୁ ପଠାଇବାକୁ ପଚରାଯିବାରୁ ସେ ମନା କରିଥିଲେ । କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେ ବର୍ତ୍ତମାନ ବିପଦମୁକ୍ତ ରହିଛନ୍ତି । ତାଙ୍କୁ ୧୫ ନମ୍ବର କ୍ୟାବିନରେ ଅଛନ୍ତି । ଚାରି ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଅବସ୍ଥାକୁ ଆସିଯିବ ବୋଲି ଏଡିଏମଓ ଆଶାବାଦୀ ଅଛନ୍ତି ।