ଭୁବନେଶ୍ଵର: ଓଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶୀଳ୍ପୀ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏମ୍ସରେ ଭେଣ୍ଟିଲେଟରରେ ଅଭିଜିତ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ:- ଦିଶା ପଟାନୀଙ୍କ ଘରକୁ ଗୁଳି ମାଡ଼: ନିଜକୁ ଦାୟୀ କଲା ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ, ଧର୍ମ ରକ୍ଷା ପାଇଁ କିଛି ବି କରିବୁ
ସୂଚନାଯୋଗ୍ୟ, ଗତମାସ ୩୧ ତାରିଖରେ ଅଭିଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଲିଭର ଜନିତ ରୋଗରେ ପୀଡିତ ଅଛନ୍ତି । ଅଭିଜିତଙ୍କ ବ୍ରେନରେ ସୋଡିୟମ ମଧ୍ୟ କମ୍ ରହିଥିଲା । ପ୍ରଥମେ ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।