ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡଙ୍ଗାମାରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଗଣ୍ଡଗୋଳ ଘଟିଛି, ଯେଉଁଥିରେ ଜଣେ ଯୁବକଙ୍କ ଗୋଡ଼କୁ ଧାରୁଆ ଅସ୍ତ୍ରରେ କାଟି ଅଲଗା କରିଦିଆଯାଇଛି । ଯୁବକ ହେଉଛନ୍ତି ବଳଦେବ ବନଛୋର।
କୌଣସି ପୂର୍ବ ଶତ୍ରୁତାକୁ ନେଇ ବଳଦେବ ଏବଂ ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା ଓ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କ ଗୋଡ଼କୁ କାଟି ଦେଇଥିଲେ।
ତେବେ ଗୁରୁତର ଅବସ୍ଥାରେ ବଳଦେବଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ସେଠାରେ ମୁତୟନ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି ।