ଭୁବନେଶ୍ୱର : ସୋସିଆଲ ମିଡିଆରେ ପୋଷ୍ଟ କରି ଜଣେ ଯୁବକ ଗିରଫ । ଜଗତସିଂହପୁରର ହର୍ସଦ ଅଲ୍ଲୀକୁ ଗିରଫ କଲା କମିଶନରେଟ୍ ପୋଲିସ । ଇଷ୍ଟାଗ୍ରାମରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ ଆଇଟି ଆକ୍ଟ ,ଧାର୍ମିକ ବିଦ୍ୱେଷ,ନ୍ୟାସନାଲ ଇଣ୍ଟ୍ରୋଗେସନ ବାଧା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୂର୍ବରୁ ମଧ୍ଯ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ କରିଥିବାରୁ ସେ ପୋଲିସକୁ କ୍ଷମା ମାଗିଥିଲେ । କିନ୍ତୁ ପୁଣି ଥରେ ସେ ଏଭଳି କିଛି ପୋଷ୍ଟ କରିଛନ୍ତି ଯାହା ରାଷ୍ଟ୍ରବିରୋଧୀ ଅଟେ।ସୋସିଆଲ ମିଡିଆରେ ରାଷ୍ଟ୍ରବିରୋଧୀ ପୋଷ୍ଟ ନକରିବାକୁ ସଚେତନ କରାଯାଇଥିଲା । ଅଧିକାଂଶ ପୋଷ୍ଟ ବନ୍ଦ ହୋଇଯାଇଛି। କିନ୍ତୁ ଏବେବି ବହୁତ ଜଣ ରେଗୁଲାର ପୋଷ୍ଟ ଜାରି ରଖିଛନ୍ତି । କିଛି ଲୋକ ଏବେବି ରାଷ୍ଟ୍ରବିରୋଧୀ ପୋଷ୍ଟ ଜାରି ରଖିଛନ୍ତି । ପୋଷ୍ଟ ହଟାଇବାଠୁ ଆରମ୍ଭ କରି ଗିରଫ ପର୍ଯ୍ୟନ୍ତ ନଜର ରଖାଯାଇଛି ବୋଲି ପୋଲିସ କମିସନର ଏସ.ଦେବଦତ୍ତ ସିଂ କହିଛନ୍ତି ।