ଭୁବନେଶ୍ୱର : ପୋଲିସ SI ପରୀକ୍ଷା ସ୍କାମ ଆଉ ଜଣେ SSB ଯବାନ ସମେତ ୨ ଜଣ ଗିରଫ। ୨ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକକୁ ଗିରଫ କରିଛି ସିବିଆଇ । ଅର୍ଜୁନ ସହ ଅନ୍ୟଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ମଧ୍ୟ ଗିରଫ । ନିମାଇଁ ହେଉଛି ଗିରଫ ଅଭିଯୁକ୍ତ ବିରଞ୍ଚି ନାୟକର ଘନିଷ୍ଠ ।
ସୂଚନା ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି। ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ବିରଞ୍ଚିର ସହଯୋଗୀ ନିମାଇଁ ସାହୁ ଓ ଏସଏସବି ଯବାନ ଅର୍ଜୁନ ନାୟକଙ୍କୁ ହେପାଜତକୁ ନେଇଛି ସିବିଆଇ। ଏହି ଦୁଇଜଣଙ୍କ ସହ ମାମଲାରେ ସମ୍ପୃକ୍ତ ଆଉ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତ ବିରଞ୍ଚି ସହ ସାମ୍ନାସାମ୍ନି ଜେରା କରାଯାଉଛି।
ଏସବୁ ଭିତରେ ଏକ ନୂଆ ନାଁ ସାମ୍ନାକୁ ଆସିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଧର୍ମେନ୍ଦ୍ର ମିଡିଲ ମ୍ୟାନ୍ ବୋଲି କହିଛି ଅଭିଯୁକ୍ତ ବିରଞ୍ଚି । ତେଣୁ ଏଠି ପ୍ରଶ୍ନ ଉଠୁଛି କିଏ ସେହି ଧର୍ମେନ୍ଦ୍ର ଜଣକ ବ୍ଯକ୍ତି ? ସିବିଆଇ ରିମାଣ୍ଡରେ ଥିବା ଅଭିଯୁକ୍ତ ବିରଞ୍ଚି ନାରାୟଣ ନାୟକ ଖୋଲୁଛି ଏସଆଇ କେଳେଙ୍କାରୀର ଗୁମର। ଜେରା ବେଳେ, ଧର୍ମେନ୍ଦ୍ର ନାମକ ଜଣେ ବ୍ୟକ୍ତି ବାବଦରେ ବିରଞ୍ଚି ସୂଚନା ଦେଇଛି। ଧର୍ମେନ୍ଦ୍ର ମିଡିଲ୍ ମ୍ୟାନ୍ ସାଜି ଦିଘା ମଡ୍ୟୁଲ ପାଇଁ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା କାରବାରର ମାଧ୍ୟମ ସାଜିଥିଲା। ୩ ଜଣକୁ ଅଟକ ରଖି ପଚରା ଉଚରା ବେଳେ, ସିବିଆଇ ଅନେକଗୁଡ଼ିଏ ତଥ୍ୟ ହାସଲ କରିଥିବା କୁହାଯାଉଛି।