ପାରାଦୀପ : ଆରପାରିରେ ପାରାଦୀପ ଅଞ୍ଚଳର ବର୍ଷିଆନ ଶ୍ରମିକ ନେତା ଦୋଳଗୋବିନ୍ଦ ଦାସ। ବହୁ ଦିନ ଦୋଳଗୋବିନ୍ଦ ଦାସ ବିଭିନ୍ନ ଶାରୀରିକ ରୋଗରେ ପୀଡିତ ଥିଲେ। ଏପରିକି ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେହି ରୋଗ ହିଁ ତାଙ୍କର ଶେଷରେ ଜୀବନ ନେଇଯାଇଥିଲା। ତେବେ ସ୍ବର୍ଗତ ଦୋଳଗୋବିନ୍ଦ ଦାସଙ୍କ ବିୟୋଗରେ ପାରାଦୀପର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।
ପାରାଦୀପ ବନ୍ଦର ଆରମ୍ଭରୁ ସର୍ବପ୍ରଥମ ଶ୍ରମିକ ନେତା ଭାବରେ ଶ୍ରମିକ ମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦୋଳଗୋବିନ୍ଦ ଦାସ। ଜଣେ ମିଷ୍ଟଭାଷୀ, ଅମାୟିକ ଓ ଦରଦୀ ମଣିଷ ଭାବରେ ଜଣାଶୁଣା ସ୍ବର୍ଗତ ଦୋଳଗୋବିନ୍ଦ ଦାସ କେବଳ ଶ୍ରମିକନେତା ଭାବରେ ନୁହେଁ ପାରାଦୀପ ବିଶ୍ୱହିନ୍ଦୁ ପାରିଷଦର ସଭାପତି ରହିଥିବା ବେଳେ ଜଣେ କଳାକାର ଭାବରେ ମଧ୍ୟ ତାଙ୍କର ପାରାଦୀପ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଥିଲେ। ଏହି ବର୍ଷିଆନ ଶ୍ରମିକ ନେତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ତାଙ୍କର ନୂଆବଜ଼ାର ସ୍ଥିତ ବାସଭବନରେ ଶୁଭେଛୁଙ୍କ ଭିଡ ଲାଗିଥିଲା। ପାରାଦୀପ ଅଞ୍ଚଳର ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକନେତା, ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର କର୍ମୀ ଓ ନେତା ତାଙ୍କ ବାସଭବନରେ ପହଞ୍ଚି ସ୍ବର୍ଗତ ଦାସଙ୍କ ଶେଷଦର୍ଶନ କରିଥିଲେ।
ଅଧିକ ପଢନ୍ତୁ : ଆଜି ଦେଶ ପାଳୁଛି ‘ପତାକା ଦିବସ’: ଦେଶର ସଶସ୍ତ୍ର ବାହିନୀ ଆମର ଶକ୍ତି