ଭୁବନେଶ୍ୱର : ପ୍ରବଳ ଶୀତରେ ଥରୁଛି ଓଡିଶା। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ ।ଆଜି ଘୁ.ଉଦୟଗିରି ହେଉଛି ଓଡ଼ିଶାର ସବୁଠାରୁ ଥଣ୍ଡା ସହର ପାଲଟିଛି । ଏଠାରେ ଆଜିର ପାରଦ ରହିଛି ୪.୪ ଡିଗ୍ରି ସେଲସିୟସ୍। ଏହା ଏବର୍ଷର ସବୁଠାରୁ କମ୍ ତାପମାତ୍ରା ବୋଲି ଜଣାଯାଇଛି। ଗତ ଶୁକ୍ରବାର ପାରଦ ୧୦.୪ଡିଗ୍ରି ଥିବା ବେଳେ ଶନିବାର ୫.୬ଡିଗ୍ରି ରେକର୍ଡ କରାଯାଇଥିଲା।
ଏପଟେ ରାଉରକେଲାରେ ଆଜିର ତାପମାତ୍ରା ୭.୨ ଓ ଝାରସୁଗୁଡ଼ାରେ ୭.୬ ଡିଗ୍ରି ରହିଛି। ରାଜଧାନୀରେ ୧୧.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ର ୧୦ ଡିଗ୍ରି ତଳେ ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି କି , ଆଗକୁ ଆହୁରି ଶୀତ ବଢ଼ିବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହେବାସହ କାଲୁଆ ପବନ ବୋହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।