ସିସିଟିଭି ଫୁଟେଜ୍ ରେ ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଥିବା ଯୁବତୀ ,ଫୋନ୍ ଟ୍ରେସ୍ କରି ତଦନ୍ତ ଚଳାଇଛି ପୋଲିସ୍ ଭୁବନେଶ୍ଵର , ଜୁନ୍ 25 (ଖବର ଓଡ଼ିଶା): Share story: ସିସିଟିଭି ଫୁଟେଜ୍ ରେ ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଥିବା ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଝିଅ ସ୍ୱିିଟି ରାୟ । ଏନେଇ ଅଧିକ ଖୋଳତାଡ଼ କରିବା ସହ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି ଏବଂ ଫୋନ୍ ଟ୍ରେସ୍ କରି ବର୍ତ୍ତମାନ ସେମାନେ ଚିତ୍ତପୁର ଟାଉନ୍ରେ ଥିବା ଜଣାପଡ଼ିଛି । ସୁଚନା ଅନୁସାରେ ସ୍ୱିିଟି ରାୟ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ ଏବଂ ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍ଫର୍ମରେ ଓହ୍ଲାଇଥିଲେ । ହେଲେ ଏହା ପର ଠାରୁ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ଖବର ଓଡ଼ିଶା, Reporter, 24/06/2022