କଟକ: ଆଜି ବିଶ୍ୱ ପାଳିଛି ଯୋଗ ଦିବସ । ଏକାଦଶତମ ଯୋଗ ଦିବସକୁ ନେଇ ସାରା ବିଶ୍ବରେ ଉତ୍ସାହର ଲହରୀ। ଏହି ଅବସରରେ କେଉଁଠି ବରଫ ଉପରେ ତ କେଉଁଠି ପାଣି ଭିତରେ ଯୋଗ ହୋଇଥିବା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ମହାନଦୀର ଜଳରାଶୀରେ ପାଣି ଭିତରେ ଯୋଗାଭ୍ୟାସ କରାଯାଇଛି। ଓଡ଼ିଶା ୟାଚିଂ ଆସୋସିଏସନ୍ ପକ୍ଷରୁ ମହାନଦୀ ଭିତରେ ଯୋଗ କରି ଯୋଗ ଦିବସର ଶୁଭେଚ୍ଛା ଜଣାଇଛି ଏହି ପ୍ରତିଷ୍ଠାନ ।
ଗଭୀର ଜଳରେ ଯୋଗ କରି ଓଡ଼ିଶାର ସାହସ, ସଂସ୍କୃତି ଏବଂ ସାମଗ୍ରିକ ସ୍ବାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ଟିମ୍ । ଆନ୍ତର୍ଜାତୀୟ ସ୍କୁବା ଡାଇଭର ଡକ୍ଟର ସବିର ବକ୍ସ, ଜଣେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପୁଅ ପ୍ରଶାନ୍ତ ବେହେରା, ପୂର୍ବତନ ନୌସେନା MARCOS ସାମୁଦ୍ରିକ କମାଣ୍ଡୋ ପୀତବାସ ସାସମଲ ପ୍ରମୁଖ ଏହି ଜଳ ଯୋଗରେ ଅଂଶଗ୍ରହଣ କରିଥିଲେ ।